Site icon ଆଜିକାଲି

ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫୋପଡା ଏକ ହିଂସ୍ର ଆଚରଣ : ବିଜେଡି ମୁଖ୍ୟ ସଚେତକ

ଭୁବନେଶ୍ୱର : ବାଚସ୍ପତିଙ୍କ ପୋଡିୟମ ଉପରକୁ ବିଜେପି ବିଧାୟକମାନେ ଡାଲି ଫିଙ୍ଗିବା ଘଟଣାକୁ କଡ଼ା ନିନ୍ଦା କରିଛି ବିଜେଡି । ବିରୋଧୀ ଦଳ ବିଧାନସଭା ଚଲାଇ ନ ଦେବାକୁ ସଂକଳ୍ପ ନେଇଛନ୍ତି ବୋଲି ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ଗତକାଲିର ଘଟଣା ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ହୋଇ ରହିବ । ବାଚସ୍ପତିଙ୍କ ଆସନ କାହାର ବ୍ୟକ୍ତିଗତ ପଦବୀ ନୁହେଁ ତାହା ଏକ ସାମ୍ବିଧାନିକ ଆସନ । ତେଣୁ ଏହି ଆସନକୁ ସମ୍ମାନ ଜଣାଇବା ପ୍ରତ୍ୟେକ ସଦସ୍ୟଙ୍କ କର୍ତ୍ତବ୍ୟ । ନାରାବାଜି କରିବା ସହ ଗୃହରେ ବିରୋଧୀ ହଟ୍ଟଗୋଳ କରିବାରେ କୌଣସି ବାଧକ ନାହିଁ । କିନ୍ତୁ ବାଚସ୍ପତିଙ୍କ ଚେୟାରକୁ ଡାଲି ଫିଙ୍ଗିବା ଏକ ହିଂସ୍ର ଆଚରଣ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି। ବିଜେଡି ଏହି ଘଟଣାକୁ କଡା ନିନ୍ଦା କରୁଛି ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି।

Exit mobile version