Site icon ଆଜିକାଲି

ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡ଼ିଲା ପଶ୍ଚିମବଙ୍ଗ ଯୁବକ

କୋରାପୁଟ – ଅଭିନବ ଶୈଳୀରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଧରାପଡିଲେ ଯୁବକ ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଜଣେ ଯୁବକଙ୍କୁ ଧରିଛି କୋରାପୁଟ ଜିଲ୍ଲା ପାଡୁଆ ପୋଲିସ । ଅଭିଯୁକ୍ତଙ୍କଠାରୁ ଘଟଣାସ୍ଥଳରୁ ୨୮ କେଜି ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ମଣ୍ଡଳପଡ଼ା ଗାଁର ୨୪ ବର୍ଷିୟ ଦୁଲହନ ଖାନ ବୋଲି ଜଣାପଡିଛି। ଆନ୍ଧ୍ର ପ୍ରଦେଶର ସୀମାନ୍ତ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ବେଳେ ସେ ଧରାପଡିଛି।

ଦୁଲହନ ନିଜ ଦେହରେ ସେଲୋ ଟେପ୍ ଲଗାଇ ଗୋଟିଏ ଜରି ବ୍ୟାଗକୁ ଧରି ରଖିଥିଲା। ଏହାଛଡ଼ା ଗୋଟିଏ ଟ୍ରାଭେଲ ବ୍ୟାଗରେ ସେ ଗଞ୍ଜେଇ ‌ଭର୍ତ୍ତି କରି ରଖିଥିଲା।

Exit mobile version