Site icon ଆଜିକାଲି

ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଗଳାକାଟି ହତ୍ୟା

କଟକ : କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଗରୁଡ଼ ପଞ୍ଚୟାତ ଛଘରିଆ ଗାଁରେ ଅଘଟଣ । ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଗଳାକାଟି ହତ୍ୟା । ମୃତ ମହିଳାଙ୍କ ପରିଚୟ ମିନା ଚାତାର।

ଏନେଇ ମୃତ ମହିଳାଙ୍କ ପରିବାର ଲୋକ କହିଛନ୍ତି ଯେ, ତାଙ୍କ ସାହିର ବାଗୁନି ପୃର୍ତିଙ୍କ ପିଲା ଅସୁସ୍ଥ ହେଉଥିଲେ। ସେଥିପାଇଁ ବାଗୁନିଙ୍କ ସ୍ତ୍ରୀ ମୃତ ମହିଳା ଗୁଣି କରୁଥିବା ସନ୍ଦେହ କରି ତାଙ୍କ ସହ ବାରମ୍ବାର ଝଗଡ଼ା କରୁଥିଲେ। ଗତ ଗୁରୁବାର ଘରେ କେହି ନଥିବା ବେଳେ ବାଗୁନି ମିନାଙ୍କ ଗଳାକାଟି ହତ୍ୟା କରିବା ସହ ଫେରାର ହୋଇଯାଇଛି। ଏହା ଜାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଗୁନିକୁ ଖୋଜାଖୋଜି କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ବାଗୁନି ପୂର୍ତ୍ତିର କୌଣସି ସୁରାକ ମିଳିନାହିଁ। ସେପଟେ ଶୁକ୍ରବାବାର ସକାଳୁ ମୃତ ମହିଳାଙ୍କ ସମ୍ପର୍କୀୟମାନେ ଆସି ତାଙ୍କ ମୃତ ଦେହକୁ ଆଦିବାସୀ ରୀତିନୀତିରେ ସତ୍କାର କରିଛନ୍ତି। ଅନ୍ୟପଟେ କଟକ ଜିଲ୍ଲାରେ ଏଭଳି ଘଟଣା ଦୁଃଖଦ ଓ ନିନ୍ଦନୀୟ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

Exit mobile version