Site icon ଆଜିକାଲି

ଗାଲିଗାବଟର ଜଳପ୍ରପାତରେ ଖସି ଜଣେ ଯୁବକ ମୃତ

ପଟାଙ୍ଗି : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଗାଲିଗାବଟର ଜଳପ୍ରପାତରେ ଅଘଟଣ । ଜଳପ୍ରପାତରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।

ସୂଚନା ଯେ, ଶୁକ୍ରବାର କଟକ ଜଗତପୁର ଅଞ୍ଚଳର ୫ ଜଣ ପର୍ଯ୍ୟଟକ ଜଳପ୍ରପାତ ବୁଲିବା ନିମନ୍ତେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ଏକ ଯୁବକ ଶୌଚ ହେବା ନିମନ୍ତେ ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଗୋଡ଼ ଖସି ଜଳପ୍ରପାତ ତଳକୁ ଖସି ଯାଇଥିଲେ । ଏନେଇ ସୂଚନା ମିଳିବା ପରେ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଯୁବକ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡ଼ିଛି । ମୃତ ଯୁବକ ଜଣଙ୍କ ଏସ କେ ଆଜାଦ ମହମ୍ମଦ ବୋଲି ସୂଚନା ମିଳିଛି । ମୃତଦେହଟି ଉଦ୍ଧାର କରାଯାଇଥିବା ନେଇ ଜଣାପଡ଼ିଛି ।

Exit mobile version