Site icon ଆଜିକାଲି

ହାଇଓ୍ୱା ଧକ୍କାରେ ଜଣେ ଯୁବକ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ହଜ ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏକ ହାଇଓ୍ୱା ଧକ୍କାରେ ଜଣେ ଯୁବକ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ମୋଟ ଗାଁର ପଙ୍କଜ ପ୍ରଧାନ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବାଇକ ନେଇ ଯୁବକ ଜଣଙ୍କ ରଣପୁର ଅଭିମୁଖେ ଯାଉଥିଲେ । ଏହା ସମୟରେ ଜଙ୍କିଆ ଥାନା ହଜ ଛକରେ ନିକଟରେ ଏକ ହାଇଓ୍ୱା ବାଇକ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ମୋଟ ଗାଁର ଯୁବକ ପଙ୍କଜ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ବାକି ଏହି ଦୁର୍ଘଟଣାରେ ଆଉ ଜଣେ ଆରୋହୀ ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

Exit mobile version