Site icon ଆଜିକାଲି

ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ତୀରମାଡ଼, ମେଡିକାଲରେ ଭର୍ତ୍ତି

ଦେବଗଡ଼ : ଦେବଗଡ଼ ଜିଲା ବାରକୋଟ ଥାନା ରାଇତାବାହାଳ ପଞ୍ଚାୟତ ଅନ୍ତର୍ଗତ ଉପରଖଣ୍ଡାମ ଗାଁରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ତୀରମାଡ଼ ହୋଇଛି। ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା କୁହାଯାଉଛି।

ଉପରଖଣ୍ଡାମ ଗାଁର ବାବୁ ଧିବର (୨୫) ତାଙ୍କ ବଡଭାଇଙ୍କ ଘରକୁ ଯାଉଥିବା ବେଳେ ପଛପଟୁ ଅନ୍ୟ ଜଣେ ଯୁବକ ଗଣ୍ଠି ଧିବର ଧନୁତୀରରେ ଆକ୍ରମଣ କରିଥିଲେ । ଫଳରେ ଧନୁ ତୀରଟି ବାବୁଙ୍କ ପିଠିରେ ପଶିଯାଇଥିବା ବେଳେ ସେ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ବାବୁଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ପିଙ୍କି ଏବଂ ପଡ଼ୋଶୀ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପଟେ ତୀର ମାରିଥିବା ଗଣ୍ଠି ଧିବର ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ କାବୁ କରି ବାରକୋଟ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗଣ୍ଠିକୁ ଅଟକ ରଖିଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ଗୁରୁତର ବାବୁଙ୍କୁ ପ୍ରଥମେ ବାରକୋଟ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ମାତ୍ର ସର୍ଜରୀ ଡାକ୍ତର ନଥିବାରୁ ତୀର କଢାଯାଇନପାରି ତାଙ୍କୁ ବୁର୍ଲା ପଠାଇ ଦିଆଯାଇଛି । ବାରକୋଟ ଥାନା ପୁଲିସ୍ ଗଣ୍ଠି ଧିବରକୁ ଗିରଫ କରିବା ସହିତ ତା ନିକଟରୁ ବ୍ୟବହୃତ ଧନୁ କାଣ୍ଡ ଏବଂ ଧନୁତୀର ଜବତ କରିଛି ।

ସୂଚନା ଯେ, ବ୍ରାହ୍ମଣୀ ନଦୀରୁ ମାଛଧରାକୁ କେନ୍ଦ୍ରକରି ଉଭୟଙ୍କ ଭିତରେ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିଲା । ଏହାକୁ କେନ୍ଦ୍ର କରି ତୀର ଯୋଗେ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।

Exit mobile version