Site icon ଆଜିକାଲି

କୁମ୍ଭୀର ଆକ୍ରମଣରେ ଜଣେ ଯୁବକ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ପୋଲିସ ଥାନା ଅନ୍ତର୍ଗତ ନିମାପୁର ଗ୍ରାମରେ ଶନିବାର କୁମ୍ଭୀର ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି।

ଯୁବକ ଜଣକ ଶନିବାର ସକାଳେ ବ୍ରାହ୍ମଣୀ ନଦୀ କୂଳକୁ ଯାଇଥିଲେ। ସେଠାରେ ତାଙ୍କୁ ଏକ କୁମ୍ଭୀର ଆକ୍ରମଣ କରିଥିଲା। କୌଶଳବଶତଃ ଯୁବକ ଜଣକ କୁମ୍ଭୀର କବଳରୁ ରକ୍ଷା ପାଇବାରେ ସଫଳ ହୋଇଥିଲେ। ତାଙ୍କର ଚିତ୍କାର ଶୁଣି କିଛି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପଟ୍ଟାମୁଣ୍ଡାଇ କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ପରେ ତାଙ୍କୁ ଜିଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଅବସ୍ଥା ଏବେ ସ୍ଥିର ବୋଲି କୁହାଯାଇଛି।

Exit mobile version