Site icon ଆଜିକାଲି

ସ୍କୁଲରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଲାଗି ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ: ଗଣଶିକ୍ଷା ବିଭାଗ

ଭୁବନେଶ୍ୱର : ସ୍କୁଲରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଗଣଶିକ୍ଷା ସଚିବ । ଆଧାର କାର୍ଡ ଥାଉ ବା ନଥାଉ ସ୍କୁଲରେ ନାମ ଲେଖାଇ ହେବ ବୋଲି ଗଣଶିକ୍ଷା ବିଭାଗ କହିଛି ।

ନାମଲେଖା ପରେ ଛାତ୍ରଛାତ୍ରୀ ନିଜ ନିଜର ଆଧାର କାର୍ଡ ପ୍ରସ୍ତୁତ କରି ଜମା କରିପାରିବେ । କିଛି ସ୍କୁଲରେ ପ୍ରଧାନ ଶିକ୍ଷକ ନାମଲେଖା ପାଇଁ ଆଧାର କାର୍ଡ ଦାବି କରିବା ଦୃଷ୍ଟିକୁ ଆସିଛି । ତେବେ ବିନା ଆଧାର କାର୍ଡ ମଧ୍ୟ ନାମଲେଖା ହୋଇପାରିବ ବୋଲି ସବୁ ପ୍ରଧାନ ଶିକ୍ଷକଙ୍କୁ ଅବଗତି ପାଇଁ ଡିଇଓଙ୍କୁ ଗଣଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Exit mobile version