Site icon ଆଜିକାଲି

ସ୍ବଂୟସହାୟକ ମହିଳା ସଂଗଠନଙ୍କୁ ଫିନାଇଲ ପ୍ରସ୍ତୁତ ତାଲିମ

କେନ୍ଦୁଝର,୨ା୬(ନି.ପ୍ର):ଗ୍ରାମୀଣ ମହିଳା ମାନଙ୍କୁ ରୋଜଗାର କ୍ଷେତ୍ର ରେ ଆତ୍ମନିର୍ଭର କରିବା ପାଇଁ ଆର୍ସେଲ ମିତ୍ତଲ ନିପନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି।ଏହି କମ୍ପାନୀ ର ଦୁବୁନା ପ୍ଲାଣ୍ଟ ଅଧିନରେ ସାମାଜିକ ଦାଇତ୍ବବୋଧ କାର୍ଯ୍ୟକ୍ରମ ରେ ମହିଳା ମାନଙ୍କୁ ଜିବୀକାବୃଦ୍ଧି ନିମନ୍ତେ ପୁରୁଣାଡିହି ଏ.ଏମ୍.ଏନ.ଏସ୍ ସ୍ବୟଂସହାୟକ ମହିଳା ଦଳର ୧୪ଜଣ ମହିଳା ଙ୍କୁ ଫିନାଇଲ ପ୍ରସ୍ତୁତି ସଂମ୍ପକିତ ତାଲିମ ଦିଆଯାଇଛି।ଏହି କାର୍ଯ୍ୟକ୍ରମ କୁ କେନ୍ଦୁଝର ଧରିତ୍ରୀ କେମିକାଲ ଅନୁଷ୍ଠାନ ସହଯୋଗ କ୍ରମେ କମ୍ପାନୀ ସ୍ଥିତ ଦୁବୁନା ଠାରେ ଥିବା ଜୀବିକା ବିକାଶ କେନ୍ଦ୍ର ରେ ସି.ଏସ.ଆର ବିଭାଗର ତତ୍ତ୍ବାବଧାନ ରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ତାଲିମ ପ୍ରାପ୍ତ ମହିଳାମାନେ ଏହା ଦ୍ବାରା ଆତ୍ମନିର୍ଭର ହେବା ସହ କମ୍ପାନୀର କାର୍ଯ୍ୟକ୍ରମ ଗୁଡିକୁ ସେମାନଙ୍କର ଜୀବନରେ ପରିବର୍ତ୍ତନ ଆଣୁଥିବା ବିଷୟରେ ମତବକ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମକୁ କମ୍ପାନୀର ପ୍ରତିନିଧି ତଥା ସି.ଏସ.ଆର ବିଭାଗ ର ଅଧିକାରୀ ସମେତ ସହଯୋଗୀ ପରିଚାଳକ ମାନେ ସହଯୋଗ କରିଥିଲେ।

Exit mobile version