Site icon ଆଜିକାଲି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହେଲେ ଅବକାରୀ ଏଏସଆଇ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଲୁଗାଁ ସର୍କଲର ଅବକାରୀ ଏଏସ୍‌ଆଇ ସୁଦୀପ୍ତ କୁମାର ଦାଶଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ନିଜ ଆୟଠାରୁ ୧୭୩ ପ୍ରତିଶତ ଅଧିକ ସଂପତ୍ତି ସେ ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଗୁରୁବାର ଅବକାରୀ ଏଏସଆଇଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଥିଲା।

ନୟାଗଡ଼ରେ ଅବକାରୀ ଏଏସଆଇଙ୍କ ଦୁଇଟି ଦୁଇ ମହଲା ଘର ଓ ୬ଟି ପ୍ଲଟ ଥିବା ନେଇ ଚଢ଼ାଉ ପରେ ଜଣାପଡ଼ିଥିଲା । ବ୍ୟାଙ୍କ, ପୋଷ୍ଟ ଅଫିସ ଓ ବୀମା ଜମା ବାବଦକୁ ତାଙ୍କର ୨୧ ଲକ୍ଷ ୩୨ ହଜାର ୭୦୦ ଟଙ୍କା ଅଛି। ତାଙ୍କ ଘରୁ ନଗଦ ୧ ଲକ୍ଷ ୩୫ ହଜାର ୫୨୦ ଟଙ୍କା ମଧ୍ୟ ଜବତ କରିଥିଲା ଭିଜିଲାନ୍ସ । ଏହାଛଡା ପ୍ରାୟ ୩୦୦ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଏଏସଆଇଙ୍କ ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ୨୦ ଲକ୍ଷ ୩୯ ହଜାର ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Exit mobile version