Site icon ଆଜିକାଲି

ଗାଁରେ ଦେଶୀ ମଦର ଅବାଧ କାରବାର; ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ମହିଳା

ଆନନ୍ଦପୁର : ଗାଁରେ ଚାଲିଛି ଦେଶୀ ମଦର ଅବାଧ କାରବାର । ପିଲାଠୁ ବଡ ଯାଏଁ ସଭିଏଁ ମଦ ପିଏ ମାତାଲ । ଘରର ଛୋଟ ଛୁଆମାନେ ପାଠ ନପଢ଼ି ପଥଭ୍ରଷ୍ଟ ହେଉଛନ୍ତି । ବାରମ୍ଵାର ଘଟଣାକୁ ନେଇ ଥାନା ଓ ଅବକାରୀ କାର୍ଯ୍ୟାଳୟରେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହି ମଦ ଯୋଗୁଁ ଘରେ ଘରେ ଦେଖା ଦେଉଛି ଅଶାନ୍ତି । ଏଥିରେ ଅତିଷ୍ଠ ହୋଇ ମଙ୍ଗଳାବର ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଶତାଧିକ ମହିଳା ।

ଆନନ୍ଦପୁର ଉପଖଣ୍ଡ ଘଷିପୁରା ଅବକାରୀ ବିଭାଗ ଅଧୀନ କୁମୁଣିଆ ଗାଁରେ ଦେଶୀ ମଦକୁ ନେଇ ତାତିଛନ୍ତି ମହିଳା । ଘରର ପୁରୁଷ ଲୋକ ମାନେ ଗାଁରେ ବିକ୍ରି ହେଉଥିବା ବେଆଇନ୍ ଦେଶୀ ମଦ ପିଇବା ସହିତ ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ମାରପିଟ୍ କରୁଥିବା ଅଭିଯୋଗ କରିଛନ୍ତି ମହିଳା । ମହିଳା ମାନେ ପର ମୂଲ କରି ଯାହା ଦୁଇ ପଇସା ରୋଜଗାର କରୁଛନ୍ତି ତାକୁ ନେଇ ପୁରୁଷ ମାନେ ମଦ ପିଉଛନ୍ତି ।

Exit mobile version