Site icon ଆଜିକାଲି

ପାରାଦୀପ କନ୍ଦରପୁର ଟୋଲ ଗେଟ୍‌ରେ ଦୁର୍ଘଟଣା, ଜଳିଗଲେ ଦୁଇ ବାଇକ୍‌ ଆରୋହୀ

କଟକ : କଟକ-ପାରାଦୀପ କନ୍ଦରପୁର ଟୋଲ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟୋଲ୍ ଗେଟ୍ ପାଖରେ କଂକ୍ରିଟ ମିକ୍ସର ମେସିନ ସହ ବାଇକର ମୁହାଁମୁହିଁ ଧକ୍କା । ଫଳରେ ବାଇକ୍‌ରେ ଯାଉଥିବା ଦୁଇ ଯୁବକ ଜୀବନ୍ତ ଜଳିଯାଇଛନ୍ତି। ଗତ ସୋମବାର ରାତି ପ୍ରାୟ ୨ଟା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି।

ସୂଚନା ଯେ, ସୋମବାର ରାତିରେ ରାହାମାରୁ ପୁରୀ ଯାଉଥିଲେ ଏହି ଦୁଇ ଯୁବକ । ତେବେ ବାଇକ୍‌ରେ ଯାଉଥିବା ସମୟରେ ମିକ୍ସର ମେସିନ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ୍‌ରେ ନିଆଁ ଲାଗି ଯିବା ସହ ଦୁହିଁଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥାଳରେ ପହଞ୍ଚି ମିକ୍ସର ମ୍ୟାସିନକୁ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Exit mobile version