Site icon ଆଜିକାଲି

ଗଞ୍ଜାମ ଜିଲା ବଡଗଡରେ ଅଘଟଣ, ପାଇଖାନା ଟାଙ୍କିରେ ପଡି ଦୁଇ ଶିଶୁକନ୍ୟା ମୃତ

ବଡ଼ଗଡ଼ : ଗଞ୍ଜାମ ଜିଲା ବଡଗଡ ଥାନା ତାକରଡା ଗା‍ଁରେ ଅଘଟଣ । ପାଇଖାନା ଟାଙ୍କିରେ ପଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି । ମୃତକ ସିଦ୍ଧପୁର ଗାଁର ବସୁମତୀ ସେଠୀ ଓ କାଳିଆଗୁଡ଼ା ଗାଁର ଦିବ୍ୟା ସେଠୀ । ଉଭୟଙ୍କର ବୟସ ୫ବର୍ଷ ହୋଇଥିବା ଜଣାପଡିଛି। ଏହି ଘଟଣାରେ ସମଗ୍ର ଅଞ୍ଚଳ ଶୋକଗ୍ରସ୍ତ ହୋଇପଡିଛି ।

ସୂଚନା ଯେ, ମାମୁ ଘର ତାକରଡ଼ାକୁ ଉଭୟେ ଆସିଥିବାବେଳେ ଘଟିଛି ଅଘଟଣ । ଉଭୟ ସାଙ୍ଗହୋଇ ଏକ ପୁରୁଣା ପାଇଖାନା ଟାଙ୍କି ଉପରେ ଖେଳୁଥିବାବେଳେ ତାହା ଭୁଶୁଡ଼ି ପଡ଼ିଥିଲା । ଉଭୟଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଡାକ୍ତର ଦୁଇ ଶିଶୁକନ୍ୟାଙ୍କୁ ମୃତ ଘୋଷଣା କରିଥିଲେ।

Exit mobile version