ଯାଜପୁର : ଯାଜପୁର ଜିଲା କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ଦୁର୍ଘଟଣା । ଗରମ ତରଳ ଲୁହାରେ ପୋଡ଼ିଯାଇ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଶ୍ରମିକ ଗୁରୁତର ହୋଇପଡିଛନ୍ତି। ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ମୁତାବକ ଗତକାଲି କ୍ରେନ ଦ୍ଵାରା ହଟ୍ ଲିକ୍ଯୁଇଡ ମେଟାଲ୍ ଶିଫ୍ଟ କଲାବେଳେ ଶ୍ରମିକମାନଙ୍କ ଉପରେ ଗରମ ତରଳ ଲୁହା ପଡିଯାଇଥିଲା। ଏଥିରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ କାରଖାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି।