Site icon ଆଜିକାଲି

ରାଇସ ମିଲରେ ଅଘଟଣ, ୨ ଶ୍ରମିକ ମୃତ

ନୟାଗଡ଼ : ରାଇସ ମିଲ୍‌ରେ ଅଘଟଣ । ଚାଉଳ ଷ୍ଟକୟାର୍ଡରେ ଚେକିଂ କରୁଥିବା ବେଳେ ଅଘଟଣ ଘଟିଛି । ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କରେ ଥିବା ମା’ ମଙ୍ଗଳା ରାଇସ ମିଲ୍‌ରେ ଏହି ଅଘଟଣ ଘଟିଛି। ରାଇସ ମିଲ୍‌ରେ କାର୍ଯ୍ୟରତ ୨ ଶ୍ରମିକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ମିଲ୍‌ରେ ଧାନବସ୍ତା ପଡ଼ି ଦୁଇ ଶ୍ରମିକଙ୍କର ଜୀବନ ଚାଲିଯାଇଛି । ମୃତକମାନେ ହେଲେ ଗଞ୍ଜାମ ଜିଲା ତିରିସିଙ୍ଗ ଅଞ୍ଚଳର ରାମେଶ୍ଵର ଦିହୁଡି ଏବଂ ବଡମ୍ବା ଅଞ୍ଚଳର ପ୍ରମୋଦ ମହାରଣା । ଓଡ଼ଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Exit mobile version