Site icon ଆଜିକାଲି

ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଦୁର୍ଘଟଣା : ୨ ମୃତ, ଏକାଧିକ ଆହତ

ପୁରୀ : ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି । ମୃତ ୨ଜଣ ଆନ୍ଧ୍ର ପର୍ଯ୍ୟଟକ ବୋଲି ଜଣାପଡ଼ିଛି। ଏଥିରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ପୁରୀ ସଦର ଚିକିତ୍ସାଳୟରେ ଆହତମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଏକ ଅଟୋକୁ ଧକ୍କା ଦେଲା ପରେ ବାଇକକୁ ମଧ୍ୟ ଧକ୍କା ଦେଇଥିଲା ଏକ ଟ୍ରାଭେରା । ଏହି ଦୁର୍ଘଟଣାରେ ଅଟୋ, ବାଇକ ଓ ଟ୍ରାଭେରା ଚୁରମାର ହୋଇଯାଇଛି ।

Exit mobile version