Site icon ଆଜିକାଲି

ଫ୍ୟାନ୍‌ ମରାମତି ବେଳେ ଅଘଟଣ, ବିଦ୍ୟୁତ ଆଘାତରେ ଯୁବକ ମୃତ

ଚାନ୍ଦବାଲି : ଭଦ୍ରକ ଜିଜିଲା ଚାନ୍ଦବାଲି ବାଂଶଡ଼ା ଥାନା ଅଧୀନ ଯଶିପୁର ଗାଁରେ ଅଘଟଣ । ଫ୍ୟାନ୍‌ ମରାମତି ବେଳେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲା ଚାନ୍ଦବାଲି ବାଂଶଡ଼ା ଥାନା ଅଧୀନ ଯଶିପୁର ଗାଁରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ଯଶୀପୁର ଗାଁର କେନେହି ରାଉତଙ୍କ ପୁଅ ଚିନ୍ତାମଣୀ ରାଉତ । ଚିନ୍ତାମଣୀ ନିଜ ଘରେ ଫ୍ୟାନ ମରାମତି କରୁଥିବା ସମୟରେ ତାଙ୍କୁ ବିଜୁଳି ଝଟ୍‌କା ଲାଗିଥିଲା । ପରିବାର ଲୋକେ ତାଙ୍କୁ ଚାନ୍ଦବାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଂଶଡ଼ା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Exit mobile version