କେନ୍ଦୁଝର, କେନ୍ଦୁଝର-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥ ନିକଟ ଚଢେଇଭୋଳଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ମାସର ଶିଶୁପୁତ୍ର ଓ ସ୍ବାମୀ ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ନ୍ତି। ମୃତ ମହିଳା ହେଉଛନ୍ତି ଘଟଗାଁ ବ୍ଲକ ସରସପଶି ପଞ୍ଚାୟତ ଗୋବରାବେଡ଼ା ଗ୍ରାମ ବାଲିସାହିର ପ୍ରାଣବନ୍ଧୁ ନାଏକଙ୍କ ସ୍ତ୍ରୀ ମଲ୍ଲୀ। ଗୁରୁତର ପ୍ରାଣବନ୍ଧୁ ଓ ୪ ମାସର ଶିଶୁ ପୁତ୍ର ସିନ୍ଧୁ ନାଏକ। ସୂଚନାନୁଯାୟୀ ଶିଶୁପୁତ୍ରକୁ ଜ୍ୱର ହୋଇଥିବାରୁ ଇନ୍ଦୁପୁରକୁ ଚିକିତ୍ସା ପାଇଁ ସ୍ତ୍ରୀ, ସ୍ବାମୀ ଏବଂ ପୁଅ ଏକ ବାଇକ୍ରେ ଯାଉଥିବା ବେଳେ ଟ୍ରକ୍ଟି ଛପପଟରୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଟ୍ରକ୍ଟି ଫେରାର ହୋଇଯାଇଛି।