Site icon ଆଜିକାଲି

ରାୟଗଡ଼ାରେ ଗଡିବ ଲକ୍ଷ୍ମୀ ବସ୍, ଭିସିରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା : ଆଜି ରାୟଗଡ଼ାରେ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ଗଡିବ ୫୨ଟି ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରିବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ଥାନୀୟ ଜିସିଡି ପଡ଼ିଆରେ ଏକ ଭବ୍ୟ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତିପର୍ବ ଶେଷ ହୋଇଛି ।

ଜିଲାର ବିଭିନ୍ନ ସ୍ଥାନରୁ ହଜାର ସଂଖ୍ୟାରେ ଲୋକ ଏହି ଉଦଘାଟନ ସମାରୋହରେ ଯୋଗଦାନ କରିବେ । ଲୋକଙ୍କ ଯାତାୟତ ଓ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଲାଗିଛନ୍ତି ସରକାରୀ କର୍ମଚାରୀ । ଏଣେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ସଚିବ ଉଷା ପାଢ଼ୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଏଥିପାଇଁ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଏବଂ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ବେହେରା ।

Exit mobile version