Site icon ଆଜିକାଲି

ସ୍ପଷ୍ଟ କଲା ପାଣିପାଗ ବିଭାଗ, ଆସନ୍ତା ୭ରେ ଲଘୁଚାପ ଓ ୮ରେ ଅବପାତ

ଭୁବନେଶ୍ୱର : ଆସନ୍ତା ୬ ତାରିଖରେ ବଙ୍ଗୋପ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏ ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ମେ’ ୬ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ୭ ତାରିଖରୁ ଏହା ଲଘୁଚାପର ରୂପ ନେଇ ୮ ତାରିଖରେ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ କହିଛି। ଅବପାତରେ ପରିଣତ ହୋଇ ଏହା ଉତ୍ତର ଆଡ଼କୁ ଗତି କରି ଅଧିକ ସକ୍ରିୟ ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଗତିପଥ ଜଣାପଡ଼ିବ ବୋଲି ବିଭାଗ କହିଛି।

Exit mobile version