Site icon ଆଜିକାଲି

ପୋଲିସଙ୍କୁ ଗୋଡାଇ ଗୋଡାଇ ହାଣିଲା ଅଭିଯୁକ୍ତ

ନୀଳଗିରି : ପୋଲିସ ଓ ଗ୍ରାମରକ୍ଷୀଙ୍କୁ ଅଭିଯୁକ୍ତର ଆକ୍ରମଣ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଜାମ୍ବୁଡିସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ୫ ଜଣ ପୋଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଅଭିଯୁକ୍ତ ।ପୋଲିସ ଓ ଗ୍ରାମରକ୍ଷୀଙ୍କୁ ଆକ୍ରମଣ କରିଛି ଅଭିଯୁକ୍ତ । ଏକ ହତ୍ୟା ଉଦ୍ୟମ ମାମଲାରେ ନୋଟିସ ଦେବାକୁ ପୋଲିସ ଯାଇଥିଲା ବେଳେ କାହିଁକି ଆସିଛ ବୋଲି କହି ଉତକ୍ଷିପ୍ତ ହୋଇ କଟୁରୀରେ ଅତର୍କିତ ଆକ୍ରମଣ କରିଥିଲା ଅଭିଯୁକ୍ତ । ଆହତ ପୋଲିସ ଓ ଗ୍ରାମରକ୍ଷୀଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀକୁ କାବୁ କରାଯାଇଛି।

Exit mobile version