ପୁରୀ : ପୁରୀ ଜିଲା ସତ୍ୟବାଦୀ ଗସ୍ତରେ ଥିବାବେଳେ ଗତକାଲି ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ କରିଥିବା ଭାସ୍କର ସାହୁକୁ ପୁଲିସ ଛାଡି ଦେଇଥିବା ଜଣାପଡିଛି। କାଳିମାଡ଼ ଘଟଣା ପରେ ସମ୍ପୃକ୍ତ ଭାସ୍କର ସାହୁକୁ ପୁଲିସ ଅଟକ ରଖି ପଚରାଉଚୁରା କରିଥିଲା।
୫-ଟି ସଚିବଙ୍କ ନିର୍ଦ୍ଦେଶ କ୍ରମେ ଭାସ୍କରଙ୍କୁ ମୁକ୍ତ କରାଯାଇଛି। ଏହି ଘଟଣାରେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଭାସ୍କରକୁ ବିଳମ୍ବିତ ରାତି ଯାଏଁ ଜେରା କରିଥିଲେ। ପରେ ଭାସ୍କରଙ୍କ ବଡ ଭାଇଙ୍କ ବ୍ୟକ୍ତିଗତ ମୁଚାଲିକାରେ ଲେଖାପଢ଼ା କରି ପୁଲିସ ତାଙ୍କୁ ମୁକ୍ତ କରିଛି। ଭାସ୍କର କହିଛି ଯେ ସେ କୌଣସି ରାଜନୈତିକ ଦଳର ସମର୍ଥକ ନୁହେଁ ଓ ସେ ଘଟଣାସ୍ଥଳରେ ହିଁ କାଳି ଫିଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିଲା।
ସୂଚନା ଯୋଗ୍ୟ, ପୁରୀ ଜିଲ୍ଲା ସତ୍ୟବାଦୀ ଗସ୍ତ ସମୟରେ ୫-ଟି ସଚିବ ଭି. କେ. ପାଣ୍ଡିୟାନ ଦାବି ପତ୍ର ଗ୍ରହଣ କରୁଥିବା ବେଳେ ଭାସ୍କର ସାହୁ ନାମକ ଜଣେ ଯୁବକ ତାଙ୍କ ମୁହଁକୁ କାଳି ଫିଙ୍ଗିଥିଲେ। ୫- ଟି ସଚିବ ଏବଂ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁ ସମେତ ଦେହରେ କାଳି ପଡ଼ିଥିଲା।