Site icon ଆଜିକାଲି

ଆଜି ଝାରସୁଗୁଡ଼ା ଏଡ଼ିଜେ କୋର୍ଟରେ ହାଜର ହେବେ ନବଦାସ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଗୋପାଳ

ଝାରସୁଗୁଡ଼ା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ନାଁରେ ବୁଧବାର ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟରେ ଚାର୍ଜ ଫ୍ରେମ କରାଯିବ। କଡ଼ା ସୁରକ୍ଷାରେ ଚୌଦ୍ବାର ଜେଲରୁ ଝାରସୁଗୁଡ଼ା ନିଆଯିବ।ଜାନୁଆରୀ ୨୯ରେ ଗୁଳିକରି ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ।

ସୂଚନା ଯେ, ଗୋପାଳ ନାଁରେ କ୍ରାଇମବ୍ରାଞ୍ଚ କରିଥିବା ଅଭିଯୋଗ ପତ୍ର ଗତ ଜୁଲାଇ ୨୬ ତାରିଖରେ ସେସନ୍ସ କୋର୍ଟରେ ଦାଖଲ ସମୟରେ ଗୋପାଳ ଦାସକୁ କୋର୍ଟରେ ହାଜର କରାଯାଇଥିଲା। ସେହିଦିନ ଏହି ମାମଲାର ଶୁଣାଣି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କରିବେ ବୋଲି ସେସନ୍ସ ଜଜ୍ ନିର୍ଦ୍ଦେଶ ଦେଇଥିଲେ । ଆଜି ଗୋପାଳ ନାଁରେ ଚାର୍ଜଫ୍ରେମ କରିବାକୁ ଅଦାଲତ ଦିନ ଧାର୍ଯ୍ୟ କରିଥିଲେ। ସେଥିପାଇଁ କଡା ସୁରକ୍ଷା ବଳୟରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲରୁ ଝାରସୁଗୁଡ଼ା ଅଣାଯାଇଛି। ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି ।

Exit mobile version