Site icon ଆଜିକାଲି

ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଢେଙ୍କାନାଳ : ଢେଙ୍କାନାଳ କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ନାବାଳିକକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଜୋରିମାନା ରାୟ ଦେଇଛନ୍ତି କୋର୍ଟ । ଜୋରିମାନା ଅନାଦେୟ ଅଧିକ ଶଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଦୋଶୀ ବଞ୍ଚିଥିବା ପର୍ଯ୍ୟନ୍ତ କାରାଦଣ୍ଡ ଭୋଗିବେ । ଏହି ଘଟଣା ୨୦୨୦ ନଭେମ୍ବର ମାସ ୧୨ ତାରିଖରେ ଘଟିଥିଲା ।

ନାବାଳିକାକୁ ଚାଟ୍ ଖାଇବାକୁ ଡାକି ଏଭଳି କାଣ୍ଡ କରିଥିଲା ଅଭିଯୁକ୍ତ ଶଙ୍କର୍ଷଣ ଦେହୁରୀ । ଆଜି କୋର୍ଟରେ ବିଚାରପତି ୩୨ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଏବଂ ବୟାନକୁ ଆଧାର କରି ଏହି ରାୟ ଶୁଣାଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ନିରଞ୍ଜନ ସାହୁ ପରିଚାଳନା କରିଥିଲେ ।

Exit mobile version