Site icon ଆଜିକାଲି

ରାଜଧାନୀରେ ଗାଡି ଚଳାଚଳକୁ ବିରୋଧ କଲେ କାର୍ଯ୍ୟାନୁଷ୍ଠାନ : ପୋଲିସ୍ କମିଶନର

ରାଜଧାନୀରେ ଗାଡି ଚଳାଚଳକୁ ବିରୋଧ କଲେ କାର୍ଯ୍ୟାନୁଷ୍ଠାନ : ପୋଲିସ୍ କମିଶନର
ଭୁବନେଶ୍ୱର : ୧୦ ଦଫା ଦାବି ନେଇ ଆସନ୍ତାକାଲିଠୁ ରାଜ୍ୟରେ ଓଡିଶା ବସ୍ ମାଲିକ ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ। ଭୁବନେଶ୍ବରରେ କୌଣସି ବିରୋଧ କାର୍ଯ୍ୟକ୍ରମ କରିବୁ ନାହିଁ ବୋଲି ସଂଘ କହିଛି । ଅନ୍ୟପଟେ ରାଜଧାନୀରେ ଗାଡି ଚଳାଚଳକୁ ବିରୋଧ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

କୌଣସି ଅସୁବିଧାର ସମ୍ମୁଖୀନ ହେଲେ ୧୧୨କୁ କଲ କରି ସହଯୋଗ ନେଇପାରିବେ ।
ଅନ୍ୟପକ୍ଷେ ଅନ୍ୟ ଜିଲ୍ଲାରେ କର୍ମୀ ମାନେ ତାଙ୍କ ମୁତାବକ ଧାରଣା ଦେବେ । ଭୁବନେଶ୍ବରରେ ଯଦି କୌଣସି ଲୋକେ ଆଇନ୍ ହାତକୁ ନେବେ ତେବେ ସଂଘ ତାହାର ବିରୋଧ କରିବା ସହ ପୋଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି ମଧ୍ୟ କରିବ ବୋଲି କୁହାଯାଇଛି । ଭୁବନେଶ୍ବରରେ କେବଳ ଷ୍ଟିୟରିଂ ଛାଡ଼ି ଶାନ୍ତିପୂର୍ଣ୍ଣ ଭାବେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବ ସଂଘ । ଗତକାଲି ୬ ଦଫା ଦାବି ନେଇ ମନ୍ତ୍ରୀଙ୍କ ସହ କଥା ହୋଇଥିଲା ସଂଘ। କିନ୍ତୁ କୌଣସି ସୁଫଳ ମିଳିନଥିବା ବେଳେ ଆଜି ମହାସଂଘକୁ ମନ୍ତ୍ରୀଙ୍କ ସହ କୌଣସି ବୈଠକ ପାଇଁ କୁହାଯାଇନାହିଁ ବୋଲି କହିଛି ମହାସଂଘ ।

ପୋଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି କଟକ ଭୁବନେଶ୍ୱରରେ ଗାଡି ଚଳାଚଳ ନେଇ ସନ୍ଦେହ ଜାତ ହୋଇଥିଲା l ଗାଡି ଚଳାଚଳ ନେଇ ବିରୋଧ କଲେ ଆନ୍ଦୋଳକାରୀଙ୍କ ଉପରେ ଆବଶ୍ୟକ ସ୍ଥଳେ ନିଆଯିବ କାର୍ଯ୍ୟାନୁଷ୍ଠାନl ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ କମିଶନରେଟ ପୋଲିସ ସଜାଗ ରହିଛି l କୌଣସି ଅସୁବିଧାର ସମ୍ମୁଖୀନ ହେଲେ ୧୧୨କୁ କଲ କରି ସହଯୋଗ ନେଇପାରିବେ l ପରୀକ୍ଷାର୍ଥୀ, ବିମାନଯାତ୍ରୀ, ରେଳଯାତ୍ରୀ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ପୋଲିସ ସଜାଗ ରହିବ l ଭୁବନେଶ୍ୱର ରେ ଅତିରିକ୍ତ ସୁରକ୍ଷା ଦାଇତ୍ୱରେ ୧୫ ପୋଲିସ ଫୋର୍ସ ୪୦ ଅଫିସର ମୁତୟନ ରହିବେ।

Exit mobile version