Site icon ଆଜିକାଲି

ବାଲି ଚୋରା ଚାଲାଣ ରୋକିବାକୁ ପ୍ରଶାସନର କାର୍ଯ୍ୟାନୁଷ୍ଠାନ, ଦୁଇଟି ଗାଁରେ ଲାଗିଲା ୧୪୪ ଧାରା

କରଞ୍ଜିଆ : ମୟୁରଭଞ୍ଜ ଜିଲା ଶୁକୃଳି ବ୍ଲକରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବାଲି ଚୋରା ଚାଲାଣ। ଏହାକୁ ଦମନ କରିବାକୁ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାଲି ଚୋରା ଚାଲାଣ ରୋକିବାକୁ ଶୁକୃଲି ବ୍ଲକ ଅନ୍ତର୍ଗତ ଦୁଇଟି ଗାଁରେ ୧୪୪ ଧାରା ଜାରି କଲେ ଉପ-ଜିଲାପାଳ ।

ବାଲି ମାଫିଆଙ୍କୁ ରୋକିବା ପାଇଁ କରଞ୍ଜିଆ ଉପ-ଜିଲାପାଳ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଶୁକୃଳି ବ୍ଲକ ଅନ୍ତର୍ଗତ ଅସ୍କିପାଳ ଏବଂ ଗମ୍ଭାରୀଆପାଳ ଗାଁ ନିକଟରେ ବୋହିଯାଇଥିବା ଭଣ୍ଡନ ନଦୀ କୂଳର ଦୁଇଟି ପ୍ଲଟରେ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବାରୁ ଏହାକୁ ରୋକିବା ପାଇଁ ଅସ୍କିପାଳ ଏବଂ ଗମ୍ଭାରୀଆପାଳ ଗାଁର ଦୁଇଟି ପ୍ଲଟରେ ପ୍ରଶାସନ ନାଲି ଫିତା ଟାଙ୍ଗିବା ସହିତ ଦୁଇ ମାସ ପାଇଁ ଲାଗିଲା ୧୪୪ ଧାରା ଜାରି କରିଛି । ଏହି ଦୁଇ ଗାଁରେ ଶୁକୃଳି ତହସିଲଦାର ଜ୍ୟୋସ୍ନାରାଣୀ ନାୟକ ଏବଂ ରରୁଆ ଥାନା ଅଧିକାରୀ ଦୟାନିଧି ଦାସ ପହଂଚି ନାଲି ଫିତା ଟାଙ୍କିବା ସହିତ ଡାକବାଜି ଯନ୍ତ୍ର ଦ୍ୱାରା ୧୪୪ ଧାରା ଜାରି ହେବା ନେଇ ଗାଁ ଲୋକଙ୍କୁ ସୂଚନା ଦେଇଛନ୍ତି ।

Exit mobile version