ଭୁବନେଶ୍ୱର : ଏଣିକି ରାଜଧାନୀରେ ବାର୍, ପବ୍ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ରାତି ତମାମ ଖୋଲୁଥିବା ବାର୍, ପବ୍ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅବକାରୀ କମିଶନର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବନ୍ଦ ନହେଲେ ପ୍ରଥମ ଚଢାଉରେ ଫାଇନ୍ ହେବ। ବାରମ୍ବାର ଉଲ୍ଲଂଘନ କଲେ ପବ୍, ବାର୍ ଲାଇସେନ୍ସ ବାତିଲ କରାଯିବ। ଅଧିକାରୀ ସଠିକ୍ ଭାବେ କାମ ନକଲେ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।