Site icon ଆଜିକାଲି

ପବିତ୍ରା ଲୋକେଶଙ୍କୁ ବିବାହ କଲେ ଅଭିନେତା ନରେଶ ବାବୁ

ମୁମ୍ଵାଇ : ଚତୁର୍ଥ ଥର ପାଇଁ ବିବାହ କଲେ ଅଭିନେତା ନରେଶ ବାବୁ । ୬୦ ବର୍ଷ ବୟସରେ ସେ ୪୪ ବର୍ଷୀୟା ଅଭିନେତ୍ରୀ ପବିତ୍ରା ଲୋକେଶଙ୍କ ସହ ନେଲେ ସାତଫେରା। ଅତି ସରଳ ଢଙ୍ଗରେ ବିବାହ ହୋଇଥିବା ବେଳେ ଏଥିରେ କେବଳ ପରିବାର ଏବଂ ଅଳ୍ପ କିଛି ବନ୍ଧୁ ଉପସ୍ଥିତ ଥିଲେ । ବିବାହର ଭିଡିଓ ନରେଶ ବାବୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ଟ୍ୱିଟରରେ ଭିଡିଓ ସେୟାର କରି ନରେଶ ବାବୁ ଲେଖିଛନ୍ତି ଯେ, ଆମର ଏହି ନୂଆ ଯାତ୍ରାରେ ଆଜୀବନ ଶାନ୍ତି ଏବଂ ସୁଖ ପାଇଁ ତୁମର ପ୍ରାର୍ଥନା ଆବଶ୍ୟକ। ନରେଶ ବାବୁ ଏବଂ ପବିତ୍ରା ଲୋକେଶ ମଣ୍ଡପରେ ବିବାହ ରୀତିନୀତି କରୁଥିବା ଦେଖିବାକୁ ମିଳିଛି। ଅନେକ ଅତିଥି ମଧ୍ୟ ମଣ୍ଡପ ଚାରିପାଖରେ ଅଛନ୍ତି । ସେୟାର ହୋଇଥିବା ଭିଡିଓଟି ୪୨ ସେକେଣ୍ଡର । ପ୍ରଶଂସକମାନେ ଭିଡିଓରେ ଅଭିନନ୍ଦନ ବାର୍ତ୍ତା ଦେବାରେ ଲାଗିଛନ୍ତି ।

Exit mobile version