Site icon ଆଜିକାଲି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ଭିଜିଲାନ୍ସ ଜାଲରେ ଅତିରିକ୍ତ ସିଟି ଓ ଜିଏସଟି କମିଶନର

ଭୁବନେଶ୍ୱର : ରାଜ୍ୟରେ ଦୁନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ କଟକ ସିଟି ଓ ଜିଏସଟିର ଅତିରିକ୍ତ କମିଶନର । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ-୧ ସିଟି ଓ ଜିଏସଟି ଅତିରିକ୍ତ କମିଶନର ପିୟୂଷକାନ୍ତ ପାଣିଙ୍କ ବାସଭବନ ଓ ଅନ୍ୟାନ୍ୟ ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।

ଭୁବନେଶ୍ୱର ଚକେଇସିଆଣି ସ୍ଥିତ ତିନି ମହଲା କୋଠା, ଯାଜପୁର ଚୋରଡା ଛକ ସ୍ଥିତ ପୈତୃକ ଜମିରେ ଦୁଇଟି ତିନି ମହଲା କୋଠା ଓ ଏକ ମହଲା ଘରେ ଚଢ଼ାଉ କରିଛନ୍ତି ଭିଜିଲାନ୍ସ ଟିମ୍ । ସେହିପରି କଟକ ଓଏମପି ଛକ ସ୍ଥିତ ଓଏଫଏସସି ଟାୱାରରେ ଥିବା ଅଫିସ ରୁମ, ଭୁବନେଶ୍ୱର ଅନ୍ଧାରୁଆ ମୌଜାରେ ଥିବା ବିଭିନ୍ନ କୋଠାବାଡ଼ି ସମେତ ଅନ୍ୟ ଜାଗାରେ ବି ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । କଟକ ସ୍ପେଶାଲ ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଚାଲିଛି ଚଢାଉ ହୋଇଛି । ଚଢ଼ାଉରେ ୫ ଡିଏସପି, ୧୧ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ ଅଧିକାରୀମାନେ ସାମିଲ ହୋଇଛନ୍ତି ।

Exit mobile version