Site icon ଆଜିକାଲି

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବନ୍ଧା ହେଲେ ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ 

ଭୁବନେଶ୍ବର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କୁ ଗିରଫ କରାଯାଇଛି । ସେ ତାଙ୍କ ଆୟ ଠାରୁ ୧୩୯ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।

ସଞ୍ଜୟ କୁମାର ସାହୁଙ୍କର ଭୁବନେଶ୍ୱରରେ ୩ଟି ଘର ଅଛି। ସେଥିରେ ରହିଛି ୨ଟି ଫ୍ଲାଟ। ଭୁବନେଶ୍ୱରରେ ତାଙ୍କର ୩ଟି ପ୍ଲଟ ମଧ୍ୟ ଅଛି। ଚଢ଼ାଉ ବେଳେ ସଞ୍ଜୟଙ୍କର ୨୧ ଲକ୍ଷ ୫୭ ହଜାର ଟଙ୍କାର ବ୍ୟାଙ୍କ, ପୋଷ୍ଟ ଅଫିସ ଓ ଜୀବନ ବୀମା ଜମା ଠାବ କରିଛି ରହିଛି ଭିଜିଲାନ୍ସ । ଏହାଛଡା ସଞ୍ଜୟ ଙ୍କ ପାଖରୁ ୨୦୦ ଗ୍ରାମର ସୁନାଗହଣା ସହିତ ଗୋଟିଏ ଚାରି ଚକିଆ ଗାଡ଼ି ୨ଟି ଦୁଇ ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ।

ଆୟଠାରୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କର ୭ଟି ଠିକଣାରେ ବୁଧବାର ଦିନ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ। ଖୋର୍ଦ୍ଧା, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।

FacebookTwitterLinkedinWhatsapp
Exit mobile version