କେନ୍ଦୁଝର, ପୁଅ ଉପରକୁ ଗରମ ପାଣି ଫିଙ୍ଗିଲା ସାବତ ମାଆ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କଇନିପୁରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଛି। ପୁଅକୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚାନୁଯାୟୀ, କଇନିପୁରା ଗାଁର ମାଧ ପାତ୍ରଙ୍କ ପୁଅ ଦିପୁନଙ୍କୁ ତାଙ୍କ ସାବତ ମାଆ ଜଞ୍ଜାଳୀ ମାରଧର କରୁଥିଲେ। ବୁଧବାର ସକାଳୁ ପୁଣିଥରେ ଝଗଡ଼ା ଲାଗିବା ବେଳେ ଜଞ୍ଜାଳୀ ଅତିଷ୍ଠ ହୋଇ ଚୁଲିରେ ବସିଥିବା ଗରମ ଡାଲିପାଣି ନେଇ ଦିପୁନଙ୍କ ଉପରେ ଛାଟି ଦେଇଥିଲେ। ପୁଅକୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବରପାଇ ପୋଲିସ୍ ଉଭୟ ମା ଓ ବାପାଙ୍କୁ ଥାନାକୁ ଡକାଇ ପଚରା ଉଚୁରା କରୁଛି।