Site icon ଆଜିକାଲି

୨୫ ବର୍ଷ ପରେ ଲୋକସଭାରେ ବିଜେଡି ଶୂନ

ଭୁବନେଶ୍ୱର: ସଂସଦର ନିମ୍ନ ସଦନ ଲୋକସଭାରେ ୨୪ବର୍ଷ ପରେ ଆଞ୍ଚଳିକ ଦଳ ବିଜେଡି ପ୍ରତିନିଧିତ୍ବ କରିବା ସୁଯୋଗରୁ ବଞ୍ଚିତ ହୋଇଛି। ବିଜେଡି ଗଠନ ଦିନରୁ ପ୍ରଥମଥର ପାଇଁ ଦଳକୁ ଏପରି ବିପର‌୍ୟ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରତିଟି ନିର୍ବାଚନରେ ବିଜେଡିରୁ ଏକାଧିକ ସାଂସଦ ନିର୍ବାଚିତ ହେଉଥିବାବେଳେ ୨୦୨୪ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ୨୦୧୪ରେ ଦଳର ସର୍ବାଧିକ ୨୦ଜଣ ସାଂସଦ ନିର୍ବାଚିତ ହୋଇଥିଲେ ୨୦୨୪ରେ ତାହା ଶୂନ(୦)ରେ ପହଞ୍ଚିଛି। ଓଡ଼ିଶାର ସମସ୍ୟା ଓ ଯୁକ୍ତିଯୁକ୍ତ ଦାବି ସମ୍ପର୍କରେ ଆଞ୍ଚଳିକ ଦଳଭାବେ ବିଜେଡି ଏଥର ସଂସଦରେ ସ୍ବର ଉଠାଇ ପାରିବନାହିଁ। ଯାହା ଦଳ ପାଇଁ ଏବେ ବଡ଼ ସମସ୍ୟା ହୋଇ ଉଭା ହୋଇଛି।

Exit mobile version