Site icon ଆଜିକାଲି

୫୪ ବର୍ଷ ପ୍ରତୀକ୍ଷାର ଅନ୍ତ, ସ‌ନ୍ତୋଷ ଟ୍ରଫି ଜିତିଲା କର୍ଣ୍ଣାଟକ

ଭୁବନେଶ୍ବର : ସ‌ନ୍ତୋଷ ଟ୍ରଫି ଜିତିଲା କର୍ଣ୍ଣାଟକ। ଦୀର୍ଘ ୫୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ କର୍ଣ୍ଣାଟକ ସ‌ନ୍ତୋଷ ଟ୍ରଫି ଜାତୀୟ ଫୁଟ୍‌ବଲ୍ ପ୍ରତିଯୋଗିତାର ମୁକୁଟ ହାତେଇଛି ।

ରିୟାଦ୍‌ର କିଙ୍ଗ୍‌ ଫୟାଦ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ‌ଖେଳାଯାଇଥିବା ୭୬ତମ ସଂସ୍କରଣ ଫାଇନାଲ୍‌ରେ କର୍ଣ୍ଣାଟକ ୩-୨ ଗୋଲ୍‌ରେ ମେଘାଳୟକୁ ପରାସ୍ତ କରିଥିଲା। କର୍ଣ୍ଣାଟକର ବିଜୟରେ ଓଡ଼ିଆ ପୁଅ ବିକି ଓରାମଙ୍କ ପ୍ରଦର୍ଶନ ମଧ୍ୟ ସ୍କୋର୍‌ ୧-୧ ସ୍ତରରେ ଥିବାବେଳେ ବିକି (୧୯ତମ ମିନିଟ) କର୍ଣ୍ଣାଟକକୁ ଆଗୁଆ କରିଥିଲେ। ରବିନ୍‌ (୪୪ତମ ମିନିଟ)ରେ ଏହାକୁ ୩-୧ରେ ପରିଣତ କରିଥିଲେ। ସିନ୍ ୬୦ତମ ମିନିଟରେ ଗୋଟିଏ ଗୋଲ୍ ପରିଶୋଧ କରିଥିଲେ ମଧ୍ୟ ଅବଶିଷ୍ଟ ସମୟ ଗୋଲ ହୋଇନଥିଲା।

ପୂର୍ବରୁ ଦ୍ବିତୀୟ ମିନିଟରେ ସୁନିଲ କୁମାର ପ୍ରଥମେ କର୍ଣ୍ଣାଟକୁ ଆଗୁଆ କରିଥିଲେ ମଧ୍ୟ ଅଷ୍ଟମ ମିନିଟରେ ପେନାଲ୍ଟିରୁ ବ୍ରୋଲିଙ୍ଗଟନ୍‌ ଗୋଲ୍‌ ମ୍ୟାଚ୍‌କୁ ବରାବର କରିଥିଲା। ବିକିଙ୍କ ଗୋଲ୍ ପରେ କିନ୍ତୁ କର୍ଣ୍ଣାଟକ ଆଉ ପଛରେ ପଡ଼ିନଥିଲା। କର୍ଣ୍ଣାଟକ ପ୍ରଥମ ଥର ସନ୍ତୋଷ ଟ୍ରଫି ଜିତିଥିଲେ ମଧ୍ୟ ଏହି ରାଜ୍ୟର ପୂର୍ବନାମ ମହିଶୂର ୪ ଥର ବିଜେତା ହୋଇଥିଲା। ଶେଷ ଥର ପାଇଁ ୧୯୬୮-୬୯ରେ ମହିଶୂର ଏହି ସଫଳତା ପାଇଥିଲା। ୧୯୭୩ ମସିହାରେ ବିଶାଳ ମହିଶୂର ରାଜ୍ୟର ନାମ କର୍ଣ୍ଣାଟକ କରାଯାଇଥିଲା। ଶନିବାରର ଏକ ପ୍ଲେ ଅଫ୍ ମ୍ୟାଚ୍‌ରେ ପଞ୍ଜାବକୁ ୨-୦ ଗୋଲ୍‌ରେ ପରାସ୍ତ କରି ସର୍ଭିସେସ୍‌ ତୃତୀୟ ସ୍ଥାନ ଦଖଲ କରି ନେଇଥିଲା।

Exit mobile version