Site icon ଆଜିକାଲି

ସାପ କାମୁଡ଼ିଲା ପରେ ସାପକୁ ନେଇ ମେଡ଼ିକାଲ ଗଲେ ଯୁବକ


କେନ୍ଦୁଝର, (ନିପ୍ର) ସାପ କାମୁଡ଼ିଲା ପରେ ସାପକୁ ନେଇ ମେଡ଼ିକାଲରେ ପହଞ୍ଚିଗଲେ ସାପ କାମୁଡ଼ାର ଶିକାର ଯୁବକ । ଘଟଣା ହେଉଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ବଳିତା ଗାଁ ର । କାଳିଆ ମୁଣ୍ଡା ନାମକ ଯୁବକ ରାସ୍ତାରେ ଯାଉଥିବ ସମୟରେ ଏକ ସାପ ହଠାତ୍ ତାଙ୍କ ଗୋଡ଼କୁ କାମୁଡ଼ିପକାଇଥିଲା । ସାପ କାମୁଡିବା ନେଇ ଜାଣିବାପରେ ସେ ସାପଟିକୁ ଧରିଥିଲେ । ତେବେ ଏହି ସମୟରେ ସାପଟି ତାଙ୍କର ଡାହାଣ ହାତକୁ ଚୋଟ ମାରିଥିଲା । ହେଲେ ଏଥିରେ ସେ ବିଚଳିତ ହୋଇନଥିଲେ । ଉପସ୍ଥିତ ବୁଦ୍ଧି ପ୍ରୟୋଗକରି ସଙ୍ଗେସଙ୍ଗେ ସେହି ସାପଟିକୁ ଧରି ନିକଟସ୍ଥ ବାସୁଦେବପୁର ମେଡ଼ିକାଲକୁ ଯାଇଥିଲେ । ସେଠାରେ ଡାକ୍ତର ଆହତ ଯୁବକ ଏବଂ ସାପକୁ ଦେଖିଲାପରେ ପ୍ରାଥମିକ ଚିକିତ୍ସା କରିଥିଲେ । କାମୁଡ଼ି ଥିବା ସାପଟି ବିଷାକ୍ତ ଗୋଖର ସାପ ବୋଲି ଜଣାପଡିଥିଲା । ତେବେ ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସଳୟକୁ ସ୍ଥାନାନ୍ତର କରାଜାଇଛି । ଆହତ ଯୁବକ କାଳିଆ ମୁଣ୍ଡା ଏବେ ଚମ୍ପୁଆ ମେଡ଼ିକାଲରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ସେପଟେ ବନ କର୍ମଚାରୀ ଖବର ପାଇବା ପରେ ମେଡିକାଲରୁ ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଛନ୍ତି ।

Exit mobile version