Site icon ଆଜିକାଲି

ଜେଲ୍‌ ରୁ ମୁକୁଳିବା ପରେ ଲ’ ପରୀକ୍ଷା ଦେଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର : ଜେଲରୁ ମୁକୁଳିବା ପରେ ଲ’ ପରୀକ୍ଷା ଦେଲେ ଅର୍ଚ୍ଚନା ନାଗ । ଆଜି କ୍ୟାପିଟାଲ ଲ ‘ କଲେଜରେ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ହଲରୁ ବାହାରିବା ପରେ ଅର୍ଚ୍ଚନା କହିଛନ୍ତି, ଜେଲ୍ ଯିବା ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା । ଅନେକ କଥା ଶିଖିଲେ । ଆଇନ ଉପରେ ତାଙ୍କର ଭରସା ଅଛି । ନିଶ୍ଚିତ ଭାବରେ ତାଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି ଅର୍ଚ୍ଚନା ନାଗ ।

୧୪ ମାସ ପରେ ଆଜି ଭୁବନେଶ୍ବର ଝାରପଡ଼ା ଜେଲରୁ ମୁକୁଳିଥିଲେ । ବେଲ୍ ମିଳିବାର ୮ ଦିନ ପରେ ଜେଲରୁ ବାହାରିଛନ୍ତି । ତାଙ୍କୁ ସାଙ୍ଗରେ ନେଇ ସତ୍ୟବିହାର ସ୍ଥିତ ଘରକୁ ଯାଇଥିଲେ ସ୍ବାମୀ ଜଗବନ୍ଧୁ ଚାନ୍ଦ । ସେଠାରେ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ସ୍ବାଗତ କରିଥିଲେ ପରିବାର ସଦସ୍ୟ । ଏହାପରେ ଲ’ ପରୀକ୍ଷା ଦେବାକୁ ଯାଇଥିଲେ ଅର୍ଚ୍ଚନା ନାଗ । ତାଙ୍କୁ ଓକିଲ ଗେଟଅପରେ ଦେଖିବାକୁ ମିଳିଥିଲା ।

Exit mobile version