Site icon ଆଜିକାଲି

ଡେବ୍ରିଗଡ ପରେ ସୁନ୍ଦରଗଡରେ ମହାବଳ ବାଘ, ଭାଇରାଲ ହେଲା ଭିଡିଓ

ସୁନ୍ଦରଗଡ: ହୀରାକୁଦର ଡେବ୍ରିଗଡ ଅଭୟାରଣ୍ୟରେ ମହାବଳ ବାଘ ଠାବ ହେବାର ସପ୍ତାହେ ମଧ୍ଯରେ ସୁନ୍ଦରଗଡ ଜିଲ୍ଲାର ହେମଗିରି ଜଂଗଲରେ ଆଉ ଏକ ମହାବଳ ବାଘ ଦେଖିବାକୁ ମିଳିଛି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ବନ ବିଭାଗ ଅନୁଧ୍ୟାନ ଆରମ୍ଭ କରିଛି।

ସୁନ୍ଦରଗଡ ଜିଲ୍ଲାର ହେମଗିରି ବନଖଣ୍ଡର କଲମେଘା ଗାଁ ନିକଟ ଦେଇ ଦୁଇଦିନ ତଳେ ଏକ ଟ୍ରକ ଡ୍ରାଇଭର ଯାଉଥିବା ବେଳେ ରାସ୍ତା ଉପରେ ଏକ ମହାବଳ ବାଘକୁ ଦେଖିଥିଲେ। ବାଘଟି ରାସ୍ତା ଉପରେ ଥିବା ବେଳେ ଟ୍ରକର ଲାଇଟ ପଡିବାରୁ ଚିତ୍କାର କରି ରାସ୍ତାକଡକୁ ଚାଲିଯାଇଥିଲା। ଆଉ ସେଠାରେ ବେଶ୍ କିଛି ସମୟ ଧରି ବାଘଟି ବସି ରହିଥିବା ବେଳେ ଡ୍ରାଇଭର ଜଣକ ନିଜ ମୋବାଇଲରେ ଏହାକୁ କଏଦ କରିଥିଲେ।

ତେବେ, ଏହି ଭିଡିଓ ଟି ଭାଇରାଲ ହେବା ପରେ ବନ ବିଭାଗ ତତ୍ପର ହୋଇଉଠିଛି। ତାର ପାଦ ଚିହ୍ନ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଛି। ୪ ବର୍ଷ ତଳେ ଏହି ଜଂଗଲରୁ ବିରଳ ପ୍ରଜାତିର ଏକ କଳାବାଘ ସିସିଟିଭି ଫୁଟେଜରେ କଏଦ ହୋଇଥିଲା।

Exit mobile version