Site icon ଆଜିକାଲି

ଶୀତ କମିଲା ପରେ କୁହୁଡି କରୁଛି ଅସ୍ତବ୍ୟସ୍ତ, ନୂଆବର୍ଷ ପ୍ରଥମ ସପ୍ତାହରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର – ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆଉ ଶୀତର ପ୍ରଭାବ ନାହିଁ। ବେଶ୍ କିଛି ଦିନ ରାତିର ତାପମାତ୍ରା ବଢିବା ସହ ହ୍ରାସ ପାଇଛି ଶୀତ ପ୍ରକୋପ। ଏବେ ସ୍ବାଭାବିକଠାରୁ ୫ ଡିଗ୍ରୀ ଉପରେ ରହୁଛି ପାରଦ । ଏଣେ ବିଭିନ୍ନ ସ୍ଥାନରେ ଶୀତ କହିବା ସହ କୁହୁଡି ଦେଖାଯାଉଛି । କେତେକ ସ୍ଥାନରେ ଘନ କୁହୁଡି ଦେଖାଯାଉଛି । ଏଥିଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହେଉଛି । ଆହୁରି ୩ ଦିନ କୁହୁଡି ଦେଖାଦେବ । ଘନ କୁହୁଡ଼ି ପାଇଁ ଅଧିକାଂଶ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏଣେ ଜାନୁଆରୀ ଆସନ୍ତା ୫ ତାରିଖରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପଶ୍ଚିମା ଝଡ ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହୋଇପାରେ।

Exit mobile version