Site icon ଆଜିକାଲି

ଝିଅର ମୃତ୍ୟୁ ପରେ ସ୍ୱାମୀ-ସ୍ତ୍ରୀ ଉଭୟ କଲେ ଆତ୍ମହତ୍ୟା

ବରଗଡ଼ : ବରଗଡ଼ ଜିଲା ଭଟଲି ବ୍ଲକର ଭଡ଼ିଗାଁରେ ସ୍ବାମୀ ଓ ସ୍ତ୍ରୀ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ ସ୍ଵାମୀ ଜଣକ ହେଲେ ରଘୁମଣି ଭୁଏ ( ୫୦ ) ଓ ସ୍ତ୍ରୀ ପଦିଷ୍ଠା ଭୁଏ ( ୪୭ ) । ସ୍ଵାମୀ ବାରଣ୍ଡାରେ ଏବଂ ସ୍ତ୍ରୀ ରୋଷେଇ ଘରେ ପ୍ଲାଷ୍ଟିକ ରାଶିରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି । ତେବେ ଯାଞ୍ଚ ଜାରି ଥିବାରୁ ପରେ ସୂଚନା ଦେବାକୁ ପୋଲିସ କହିଛି ।

ସୂଚନା ଯେ, ଗତ ଡ଼ିସେମ୍ବର ୨ ତାରିଖରେ ଝିଅ ସସ୍ମିତାଙ୍କ ହତ୍ୟା କରାଯାଇଥିଲା । ଏହାପରେ ସ୍ବାମୀ-ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଅନ୍ୟ ପଟେ ହତ୍ୟାଘଟଣାରେ ଯୁବକ ଗିରଫ ହୋଇ ଜେଲ୍‌ ଯାଇଥିଲା। ତେବେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ସ୍ବାମୀ-ସ୍ତ୍ରୀ ଆତ୍ମହତ୍ୟା କରିବା ପରେ ସନ୍ଦେହ ସୃଷ୍ଟି କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Exit mobile version