Site icon ଆଜିକାଲି

ଅଢେଇ ଘଣ୍ଟା ପରେ ସ୍କର୍ପିଓରୁ ୯ ଫୁଟ ଲମ୍ବର ଅଜଗରକୁ ବାହାର କଲା ବନ ବିଭାଗ

ରାଉରକେଲା : ବୀରମିତ୍ରପୁର ସହରର ଜଣଙ୍କ ସ୍କର୍ପିଓ ଭିତରୁ ବାହାରିଲା ଅଜଗର ସାପ । ଅଜଗରଟି ୯ ଫୁଟ ଲମ୍ବ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ବନ ବିଭାଗ କର୍ମଚାରୀ ଉକ୍ତ ଅଜଗରକୁ ଜଙ୍ଗଲରେ ନେଇ ଛାଡିଥିଲେ ।

ସୂଚନା ଯେ, ବୀରମିତ୍ରପୁର ସହର ୧୧ ନଂ ୱାର୍ଡ଼ରେ କାଉନସିଲର ଜ୍ଞାନି ବାଗଙ୍କ ସ୍କର୍ପିଓ ତିନି ଦିନ ହେବ ଘର ସମୁଖରେ ରଖିଥିଲେ । ହେଲେ ଗୁରୁବାର ସକାଳେ ସେ କୌଣସି କାର୍ଯ୍ୟରେ ଯିବା ପାଇଁ ସ୍କର୍ପିଓକୁ ଷ୍ଟାର୍ଟ କରିଥିଲେ । କିନ୍ତୁ ଗାଡିଟି ଷ୍ଟାର୍ଟ ହେବା ପରେ ବନ୍ଦ ହୋଇଯାଇଥିଲା । କଣ ପାଇଁ ଗାଡି ବନ୍ଦ ହେଲା ବୋଲି ଜ୍ଞାନି ଗାଡିର ବରନେଟ ଖୋଲି ଦେଖିବାରୁ ଭିତରେ ଗୋଟିଏ ଅଜଗର ସାପ ଥିଲା । ଏହା ଦେଖି ଜ୍ଞାନି ବୀରମିତ୍ରପୁର ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅଢେଇ ଘଣ୍ଟା ଲାଗିବା ପରେ ଅଜଗରକୁ ଉଦ୍ଧାର କରିଥିଲେ ।

Exit mobile version