Site icon ଆଜିକାଲି

ଦୁଇ ଦିନ ପରେ ସ୍ୱାଭାବିକ ହେଲା ପ୍ରଶ୍ନକାଳ

ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ସ୍ବାଭାବିକ ଚାଲିଛି ଗୃହ କାର୍ଯ୍ୟ। ଗୁରୁବାର ଶାନ୍ତିଶୃଙ୍ଖଳାରେ ଚାଲିଛି ଗୃହ । ପ୍ରଶ୍ନକାଳରେ ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ପାନୀୟ ଜଳ ଯୋଗାଣ, ଜଳ ସେଚନ ଓ ଜଳ ସଂରକ୍ଷଣ ନେଇ ଗୃହରେ ସରଗରମ ଆଲୋଚନା ଜାରି ରହିଛି। ସୁବର୍ଣ୍ଣପୁର ଜିଲା ଖଇରମାଳ ଓ ଗୋଧନେଶ୍ୱରଠାରେ ଇନ୍‌ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍‌ଚର ନିର୍ମାଣ କରାଯିବ। ୬ ବର୍ଷ ମଧ୍ୟରେ ଏହାର ନିର୍ମାଣ ସରିବ। ସାରା ରାଜ୍ୟରେ ୩୨ଟି ଇନ୍‌ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍‌ଚର କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୬ଟି ଶେଷ ହେବ। ବଳକା ଟେଣ୍ଡର ଖୁବ୍‌ଶୀଘ୍ର କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Exit mobile version