Site icon ଆଜିକାଲି

ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ବର ଫେରିଲେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ବର ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକବର୍ଦ୍ଧନ ସିଂହଦେଓ। ୩ ଦିନିଆ ଦିଲ୍ଲୀ ଗସ୍ତ ବେଳେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଏବଂ  ରାଜ୍ୟ ସ୍ଵାର୍ଥ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଥିଲେ। ସେପଟେ ଆଜି ଭୁବନେଶ୍ୱରରେ  ବିଜେପିର ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହେବ।  ଏଥିରେ ଦଳର ସମସ୍ତ ନବ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ମୁଖ୍ୟମନ୍ତ୍ରୀ ମୋହନ ମୋଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ସହ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ଏହି ଉତ୍ସବରେ ଉପସ୍ଥିତ ରହିବା ନେଇ ସୂଚନା ରହିଛି। ଏଥିଲାଗି ଭୁବନେଶ୍ଵର ପ୍ରଦର୍ଶନୀ ପଡିଆରେ ସ୍ଵତନ୍ତ୍ର ଆୟୋଜନ କରାଯାଇଛି।

Exit mobile version