Site icon ଆଜିକାଲି

ଆନ୍ଦୋଳନ ପ୍ରତ୍ୟାହୃତ ପରେ କଟକରୁ ଯାତ୍ରୀ ପରିବହନ ସ୍ୱାଭାବିକ

କଟକ : ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହୃତ ହେଵା ପରେ କଟକରୁ ଯାତ୍ରୀ ପରିବହନ ସ୍ବାଭାବିକ ହୋଇଛି। କଟକ ନେତାଜୀ ବସ୍ ଟର୍ମିନାଲରୁ ସମସ୍ତ ଵସ୍ ଚଳାଚଳ ପୂର୍ବ ଭଳି ଆରମ୍ଭ ହୋଇଛି। ସୁରୁଖୁରୁରେ ଚାଲିଛି ବସ୍‌ ସେବା ।

ତେବେ ଆଜି ରବିବାର ଓ ପିକନିକ ସମୟ ଥିଵାରୁ ଷ୍ଟାଣ୍ଡରେ କମ୍ ସଂଖ୍ୟକ ଵସ୍ ଦେଖିବାକୁ ମିଳିଛି। ସେହିପରି ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ଆଜି କମ୍ ରହିଛି। ସେପଟେ ତେଲ ଟାଙ୍କି ଗୁଡ଼ିକରେ ତେଲ ଟ୍ୟାଙ୍କର ପହଞ୍ଚିବାରୁ ପେଟ୍ରୋଲ ଓ ଡିଜେଲ୍ ଅଭାବ ଦୁର ହୋଇଛି ।

Exit mobile version