Site icon ଆଜିକାଲି

ଆଇପିିଏସ ସ୍ତରରେ ଅଦଳବଦଳ, ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିନୋଦ ପାଟିଲ୍‌‌ ହୋଇଛନ୍ତି ମାଲକାନଗିରି ଏସପି। ରାହୁଲ ଗୋଏଲ ହେଲେ କଟକ ରେଲୱେ ଏସପି, ପୂର୍ବରୁ ବିନୋଦ ପାଟିଲ୍‌‌ କେସିଙ୍ଗାର ଏସଡିପିଓ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଓପିଏସ୍‌‌ ମିହିର କୁମାର ପଣ୍ଡା ହେଲେ ନବରଙ୍ଗପୁର ଏସପି। ମିହିର କୁମାର ପଣ୍ଡା ଏବେ ଓଡ଼ିଶା ପୁଲିସ ହେଡକ୍ୱାର୍ଟରରେ ନିଯୁକ୍ତ ଥିଲେ। ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଗୃହ ବିଭାଗର ନିର୍ଦ୍ଦେଶ ଦିଆଯାଇଛି।

Exit mobile version