Site icon ଆଜିକାଲି

ଆଉ ଦିନେ ଦୁଇଦିନ ପ୍ରବଳ ଖରା, କାଳବୖଶାଖୀ ଆଣିବ ସାମାନ୍ୟ ଆଶ୍ବସ୍ତି

ଭୁବନେଶ୍ବର : ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି। ଗରମ ଓ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ। ଆଜି ବି ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଅନୁଭୂତ ହେବ । କିନ୍ତୁ ସାମୟିକ କାଳବୈଶାଖୀ ବର୍ଷା କିଛିଟା ଆଶ୍ୱସ୍ତି ଆଣିବ । ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

ଗତ କିଛି ଦିନ ଧରି ରାଜ୍ୟର ଅନ୍ୟ ଭାଗ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେଉଛି । ଗତକାଲି ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ନୂଆପଡା । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ଚଳିତ ସପ୍ତାହରେ କେରଳ ଓ କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ପ୍ରାକ୍‌ ମୌସୁମୀ ଯୋଗୁଁ ତାପମାତ୍ରା କମିବ । ମେ ୨୬ ତାରିଖରେ ପଶ୍ଚିମ ଓ ୨୭ରେ ଉତ୍ତର ଓଡ଼ିଶାରେ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି । ମାତ୍ର ୩ ଦିନ ପରେ ପୁଣି ବଢ଼ିବ ତାପମାତ୍ରା । ଜୁନ ୧୦ ଆଗରୁ ରାଜ୍ୟରେ ତାତି କମିବା ସମ୍ଭାବନା କମ୍ ବୋଲି ପୂର୍ବାନୁମାନ କରାଯାଇଛି ।

Exit mobile version