ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ସଶକ୍ତ ହେଉଛି ଭାରତ । ଧାମରା ଅବଦୁଲ୍ କାଲାମ ଦ୍ୱୀପରୁ ଭାରତ ଆଣବିକ କ୍ଷମତାସମ୍ପନ୍ନ ଅଗ୍ନି ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ନୂଆ ଜେନେରେସନ ଆଡଭାନ୍ସଡ ମିସାଇଲ୍ ୧ ହଜାରରୁ ୨ ହଜାର କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ରହିଛି ।
ଏଥିରେ ଅନେକ ପ୍ରକାର ନୂଆ ଫିଚର ଯୋଡ଼ା ଯାଇଥିବା ଡିଆରଡିଓ ପକ୍ଷରୁ ସୂଚନା ରହିଛି । ୪ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୪ ଓ ୫ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୫ର ପ୍ରଯୁକ୍ତି ସହ ଏହାର କାରିଗରୀ ରହିଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଯୁଦ୍ଧ ଜାହଜ ଗୁଡ଼ିକୁ ଅଗ୍ନି-ପି ଜରିଆରେ ଟାର୍ଗେଟ କରାଯାଇପାରିବ ।