କେନ୍ଦୁଝର,୯ା୧ କେନ୍ଦୁଝର ବ୍ଲକ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ତାଲିମ୍ ଗୃହରେ କୃଷି ଓ ଅନୁସଙ୍ଗିକ ବିଭାଗ ର କୃଷି ସଂପ୍ରସାରଣ ଅଧିକାରୀ ଏବଂ କୃଷକ ସାଥି ମାନଙ୍କୁ ନେଇ ଏକ ଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିର ରେ କୃଷି ଓ ଅନୁସଙ୍ଗିକ ବିଭାଗ ରେ ଥିବା ବିଭିନ୍ନ ଯୋଜନା ବିଷୟରେ ବିଶେଷ ଆଲାେଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମିହିର କୁମାର ସାହୁ ବିଭାଗରେ ଥିବା ବିଭନ୍ନ ପ୍ରଧାନମନ୍ତ୍ରୀ ଯୋଜନା ଯଥା-ଧାନ ଚାଷ ପରେ ପତିତ ଜମି ର ପରିଚାଳନା,କାଳିଆ.ପିଏମ୍ କିସାନ,ରାଜ୍ୟ ଯୋଜନା,ରାଜ୍ୟ ଖାଦ୍ୟ ନିରାପତ୍ତା ମିଶନ,ଆତ୍ମା,ସମନ୍ବିତ କୃଷି ଆଦି ଯୋଜନା ରେ ଚାଷୀ ମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ସଂମ୍ପର୍କରେ ଆଲୋଚନା କରିଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ଥିବା କ୍ଷେତ ପୋଖରୀ,ବର୍ଷା ପ୍ଲାବିତ ଜମିର ଉନ୍ନତି କରଣ,ପ୍ରଧାନମନ୍ତ୍ରୀ କୃଷି ସିଚାଇ ପ୍ରମୁଖ ଯୋଜନା ଚାଷୀ ଙ୍କ ସମସ୍ତ ସୁବିଧା ବିଷୟରେ ଶୁଶାନ୍ତ କୁମାର ମଲ୍ଲିକ,କେନ୍ଦୁଝର ପ୍ରକଳ୍ପ ନିର୍ଦେଶକ ଆଲୋକପାତ କରିଥିଲେ।ଏହା ପରେ ମୃତ୍ତିକା ନମୁନା ସଂଗ୍ରହ,ଅମ୍ଲମାଟିର ପରିଚାଳନା,ମୃତ୍ତିକା ପରୀକ୍ଷା ପରେ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ହିସାବରେ ଅନୁମୋଦିତ ସାର ପ୍ରୟୋଗ ପ୍ରଭୃତି ବିଷୟର ରବିନ୍ଦ୍ର କୁମାର ସାହୁ,କେନ୍ଦୁଝର ମୃତ୍ତିକାର ରସାୟନବିତ୍ ବର୍ଣ୍ଣନା କରିଥିଲେ । ଶେଷରେ ଉଦ୍ୟାନ କୃଷି ବିଭାଗ ରେ ଥିବା ବିଭିନ୍ନ ଯୋଜନା ବିଷୟରେ ଗୋବିନ୍ଦ କୁମାର ମେହେର,କେନ୍ଦୁଝର ସହକାରୀ ଉଦ୍ୟାନ ନିର୍ଦେଶକ ଏଡିଏଚ୍ ଆଲୋକପାତ କରିଥିଲେ । ଆୟୋଜିତ ସଭାରେ ଗୋକୁଳ ଚନ୍ଦ୍ର ପ୍ରଧାନ,କୃଷିଜିଲ୍ଲା ଅଧିକାରୀ ସଭାପତିତ୍ବ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ପଣ୍ତା,ବ୍ଲକ କୃଷିଅଧିକାରୀ,ଲକ୍ଷ୍ମୀଦେବୀ ଶର୍ମା,କେନ୍ଦୁଝର ସହକାରୀ କୃଷିଅଧିକାରୀ,ହିରଣ୍ୟ ବାରିକ୍,ପଦ୍ମପୁର ସହକାରୀ କୃଷିଅଧିକାରୀ,ଶିବଚରଣ ମିଶ୍ର,ସହକାରୀ ବୈଷୟିକ ପରିଚାଳକ,ବନଶ୍ରୀ ବିଶ୍ବପ୍ରଭା,ଅଧିକାରୀ ବୈଷୟିକ ପରିଚାଳକ,ବିଜୟାଶାନ୍ତି ଦାଶ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ବୁଧବାର ବାଂଶପାଳ ଓ ତେଲକୋଇ ବ୍ଲକର କୃଷି ଓ ଅନୁସାଙ୍ଗିକ ବିଭାଗର ସଂପ୍ରସାରଣ କର୍ମଚାରୀ ଙ୍କ ନିମନ୍ତେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।