Site icon ଆଜିକାଲି

ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଗଲେ ଜିଲ୍ଲାର ସମସ୍ତ କୃଷି ଅଧିକାରୀ


କେନ୍ଦୁଝର, ରାଜ୍ୟ କୃଷି ସେବା ସଂଘ ର ନିଷ୍ପି କ୍ରମେ କେନ୍ଦୁଝର ଜିଲ୍ଲା ଶାଖା ତରଫରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ବସିଛନ୍ତି । ସେମାନଙ୍କର ଦାବି ହେଲା ଗୋଟିଏ ପ୍ରବେଶିକା ପରୀକ୍ଷା ଦେଇ ଅନ୍ୟ ବିଭାଗର ଅଧିକାରୀମାନେ ଜୁନିୟର କ୍ଳାସ ୧ ପାହ୍ୟା ପାଉଥିବା ବେଳେ, କୃଷି ବିଭାଗ ଅଧିକାରୀଙ୍କୁ ରାଜ୍ୟ ସରକାର ଏଥିରୁ ବଞ୍ଚିତ କରୁଥିବା ଅଭିଯୋଗ କରିଛନ୍ତି । ଦୀର୍ଘ ବର୍ଷ ହେଲା କୃଷି ଅଧିକାରୀମାନଙ୍କୁ ପଦୋନ୍ନତି ମିଳୁନାହିଁ । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀରହିବ ବୋଲି ଜିଲ୍ଲା ତଥା ଗୋଷ୍ଠୀ କୃଷି ଅଧିକାରୀମାନେ ଦୃଢକ୍ତି ପ୍ରକାଶ କରିଛନ୍ତି । ଦୀର୍ଘ ବର୍ଷ ହେଲା ରାଜ୍ୟ ସରକାର କୃଷି ଅଧିକାରୀଙ୍କର ଦାବି ପୂରଣ କରୁ ନଥିବାରୁ ଆଜି ୩୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ କୃଷି ଅଧିକାରୀ ସମୂହ ଛୁଟିରେ ଅଛନ୍ତି ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ।

Exit mobile version