Site icon ଆଜିକାଲି

କର୍ମଚାରୀଙ୍କୁ କୃଷି ବିଭାଗର ଚରମବାଣୀ : ଜାନୁଆରୀ ୩୧ ମଧ୍ୟରେ ସଂପତି ତାଲିକା ଦାଖଲ ନ କଲେ ଦରମା ବନ୍ଦ

ଭୁବନେଶ୍ୱର : ସମ୍ପତ୍ତି ତାଲିକା ନେଇ କର୍ମଚାରୀ ଓ ଅଧିକାରୀଙ୍କୁ କୃଷି ବିଭାଗର ଚରମବାଣୀ । ଜାନୁଆରୀ ୩୧ ତାରିଖ ମଧ୍ୟରେ ସମ୍ପତି ତାଲିକା ଦାଖଲ ନକଲେ ଫେବ୍ରୁଆରୀ ମାସରୁ ଦରମା ବନ୍ଦ ପାଇଁ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କୁ ଚରମବାଣୀ ଶୁଣାଇଛି କୃଷି ବିଭାଗ । ସମ୍ପତି ତାଲିକା ଦାଖଲ ନହେବା ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ।

କୃଷି ସଚିବ ଅରବିନ୍ଦ ପାଢୀ ବିଭାଗର ସମସ୍ତ ମୁଖ୍ୟ ଅଧିକାରୀଙ୍କୁ ଏ ନେଇ ଚିଠି ଲେଖିଛନ୍ତି । ରାଜ୍ୟ ସରକାର ଡିସେମ୍ବର ୩୧ ସୁଦ୍ଧା ସମ୍ପତି ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏବେ ବି ବହୁ ଅଧିକାରୀ ସେମାନଙ୍କ ସମ୍ପତି ତାଲିକା ଦେଇନାହାନ୍ତି

Exit mobile version