Site icon ଆଜିକାଲି

ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ପିଟିଲା ଆଇଚର, ଘଟଣାସ୍ଥଳରେ ୭ ମୃତ

ଯାଜପୁର : ସକାଳୁ ସକାଳୁ ସଡ଼କ ଦୁର୍ଘଟଣାରେ ଗଲା ୭ଜଣଙ୍କ ଜୀବନ । ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ନିକଟରେ ଶନିବାର ଭୋରରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଏକ ଆଇଚର ପିଟିବାରୁ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଛି।

୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ମଝିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ ଛିଡ଼ା ହୋଇଥିଲା। କୋଲକତା ପଟୁ ଦ୍ରୁତ ଗତିରେ ଏକ ଆଇଚର ଗାଡ଼ି ଆସୁଥିବା ବେଳେ ଭାରସାମ୍ୟ ହରାଇ ତାହା ରାସ୍ତାକଡରେ ଛିଡ଼ା ହୋଇଥିବା ଟ୍ରକ୍‌ରେ ପିଟି ହୋଇଯାଇଥିଲା। ଏଥିରେ ଆଇଚରରେ ଥିବା ସମସ୍ତ ୭ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଆଇଚର ଭିତରେ ଚାପି ହୋଇ ଯାଇଥିବା ମୃତଦେହଗୁଡିକୁ ବେଳେ ଧର୍ମଶାଳା ପୋଲିସ ଉଦ୍ଧାର କରିଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ।

Exit mobile version