Site icon ଆଜିକାଲି

ସନ୍ଦିଗ୍ଧ ଦଲାଲଙ୍କ ଫଟୋ ଜାରି କଲେ ଏମ୍ସ କର୍ତ୍ତୃପକ୍ଷ


ଭୁବନେଶ୍ୱର : ଏମ୍‌ସ କର୍ତ୍ତୃପକ୍ଷ ସନ୍ଦିଗ୍ଧ ଦଲାଲଙ୍କ ଫଟୋ ଜାରି କରିଛନ୍ତି। ଦୁଇ ଦିନ ତଳେ ୧୩ ଜଣ ଦଲାଲଙ୍କୁ ଗିରଫ କରାଗଲା ପରେ ଏହି ପଦକ୍ଷେପ ନେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ ।
କାହାର ସହଯୋଗରେ ଦଲାଲମାନେ ସକ୍ରିୟ ଥିଲେ, ତାହା ତଦନ୍ତ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ଏ ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରାଯିବ । ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସ ତଦନ୍ତରେ ଟିକେଟ୍ କାଉଣ୍ଟରରେ ଥିବା କୌଣସି ଷ୍ଟାଫଙ୍କ ଲିଙ୍କ୍ ପ୍ରମାଣ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗକୁ ଦଲାଲଙ୍କ ଉପରେ କଡା ନଜର ରଖାଯିବ ବୋଲି ଏମ୍ସ ହସ୍ପିଟାଲ ସୁପରିଟେଣ୍ଡେଣ୍ଡ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ।
ସୂଚନା ଯେ, ଦୁଇ ଦିନ ତଳେ ଏମ୍ସରେ ସକ୍ରିୟ ଥିବା ୧୩ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ ଏହି ଦଲାଲ ବ୍ଲାକରେ ରୋଗୀଙ୍କୁ ଟିକେଟ ବିକ୍ରି କରୁଥିଲେ ।

Exit mobile version